Alekha Bhajan By My Grand Father ( Bana Bihari Mahanta)

                   ଅଲେଖ ଭଜନ 

-ଶ୍ରୀଯୁକ୍ତ ବନବିହାରୀ ମହାନ୍ତ

 

 

ଅଲେଖ ପାଦ ପଦ୍ମେ ଯା ଗଡିରେ,

ମହିମା ନାମ ଜପୁଥା ହୃଦରେ;

ନତକରି ମଥା ସ୍ବାମୀ ପୟରେ,

ଅଲେଖ ପାଦ ପଦ୍ମେ ଯା ଗଡିରେ ll

 

ପରମାତ୍ମା ପାଦେ ନିତ୍ୟ ଶରଣ,

ତିଳେ ନଲାଗିବ ଜମ କଷଣ;

ଗୁରୁ ବ୍ରମ୍ହ ନାମ କର ଭଜନ,

ସର୍ବ ଦୁଃଖ ହୋଇ ଯିବ ମୋଚନ ll

 

ଶ୍ରୀମନ୍ତ ପୁରୁଷ ବ୍ରହ୍ମ ଅଲେଖ,

ସ୍ଥାବରୁ ଜଂଗମ କିଟ ପ୍ରମୁଖ;

ଅଦୃଶ୍ୟ ରେ ରହି ସର୍ବ ଠାବରେ,

ଲିଳା କରୁଛନ୍ତି ଦେଖ ନେତ୍ରରେ ll

 

କଳପ କଳପ ଯୁଗ ତପରେ,

ମାନବ ଶରୀର ପାଉ ମର୍ତ୍ୟରେ;

ଭୁପୃଷ୍ଠ ରେ ଷଡ଼ ରିପୁ କବଳେ,

ବିଭୁ ନାମ ଯାଏ ଭୁଲି ସଅଳେ ll

 

ମୋହ ମାୟା ତେଜି ନାମ ସୁମରି,

ମୁକତି ପଥରେ ଯା ଅନୁସରି;

ଅତିଥି ଦୁଃଖୀ ରଂକି ସେବା କରି,

ହୃଦ ପଦ୍ମେ ଚିନ୍ତ ଶୁନ୍ୟ ବିହାରୀ ll

 

ଅଯୋନି ସମ୍ଭୁତ ପ୍ରବୁଦ୍ଧ ସ୍ବାମୀ,

ଅଲେଖ ଧରମ ଥାପିଲେ ଆଣି;

କଟକ ଢେଂକାନାଳ ସୀମାନ୍ତ ରେ,

ଧ୍ୟାନେ ମଗ୍ନ ହେଲେ କପିଳାସ ରେ ll

 

ମହିମା ଧୁନୀ କରିଲେ ସ୍ଥାପନ,

ଢେଂକାନାଳ ର ଯୋରନ୍ଦା ସ୍ଥାନ;

ବିଶ୍ବ ହିତେ ହୁଏ ଘୃତ ଅହୁତି,

ଅଲେଖ ଧରମ ଉଠରେ ମାତି ll

 

ଧନ୍ୟ ଢେଂକାନାଳ ଧନ୍ୟ ଉତ୍କଳ,

ମହିମା ଆଶ୍ରିତ ହୁଅ ସକଳ;

ଭଣଇ ପାମର ବନ ବିହାରୀ,

ବ୍ରହ୍ମେ ଚିତ୍ତ ରଖ ହେ ନରନାରୀ ll

Advertisements

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out / Change )

Twitter picture

You are commenting using your Twitter account. Log Out / Change )

Facebook photo

You are commenting using your Facebook account. Log Out / Change )

Google+ photo

You are commenting using your Google+ account. Log Out / Change )

Connecting to %s